କେରଳରେ ଡଙ୍ଗାବୁଡି ୨୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କେରଳ ଡଙ୍ଗାବୁଡି ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୭ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀଥିବା ସୂଚନା ମିଳିଛି।

ଖବର ଅନୁଯାୟୀ କେରଳର ମଲପୁରମ ଜିଲ୍ଲାର ତନୁର ନିକଟ ଓଟ୍ଟିପୁରମ୍‌ ଦେଇ ଯାଇଥିବା ନଦୀରେ ଗତକାଲି ରାତିରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଛି। ଡଙ୍ଗାରେ ଥିବା ପ୍ରାୟ ୪୦ ଜଣଙ୍କ ମଧ୍ୟରେ ଥିଲେ ଅଧିକାଂଶ ଛାତ୍ରଛାତ୍ରୀ। ଡଙ୍ଗାଟି ହଠାତ୍‌ ଓଲଟି ପଡ଼ିବାରୁ ୨୨ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ୍‌ ଛାତ୍ରଛାତ୍ରୀ ଅଛନ୍ତି। କ୍ଷମତାଠାରୁ ଅଧିକ ଯାତ୍ରୀଥିବାରୁ ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଡଙ୍ଗାରେ ସୁରକ୍ଷା ଉପକରଣ ନଥିବା ସୂଚନା ମିଳିଛି। ତେବେ ଯୁଦ୍ଧକାଳୀନ ଭିତିରେ ଗତକାଲି କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରୁ କିଛି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବାକୁୁ ଜାରି ରହିଛି ପ୍ରୟାସ।

ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଦୁଃଖ ପ୍ରକାଶ କରିଛନ୍ତି। ପିନାରାୟୀ ବିଜୟନ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button