କ୍ୟାବିନେଟ୍ ମନ୍ତ୍ରୀ ହେବେ ବିକ୍ରମ, ସୁଦାମ ଓ ସାରଦା
ଭୁବନେଶ୍ଵର : ଆସନ୍ତା କାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ ମିନିଟରେ ଏ ତିନିଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପଦ ଓ ଗୋପନିୟତାର ଶପଥପାଠ କରାଇବେ।
ଖବର ଅନୁଯାୟୀ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ଆଜି ସନ୍ଧ୍ୟାରେ ନବୀନ ନିବାସରୁ ଫୋନ୍ କଲ ଯାଇଥିବା ସୂଚନା ମିଳିଛି। ତେବେ ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କୁହାଯାଉଛି ଆଉ କେତେଜଣଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ସାମିଲ କରିପାରନ୍ତି। ଏ ପର୍ଯ୍ୟନ୍ତ ସମ୍ପର୍କରେ ସ୍ପଷ୍ଟ ହୋଇନଥିଲେ ହେଁ ଚର୍ଚ୍ଚା ଜାରି ରହିଛି।