ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର : ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଚଳିତମାସ ୧୫ ତାରିଖ ଠାରୁ ପୁରୀ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୧୨୮୯୨ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ ୪ଘ.୨୦ମି ରେ ଛାଡି ରାତ୍ରି ୧୧ଘ.୦୫ମିରେ ବାଙ୍ଗିରିପୋଷିରେ ପହଞ୍ଚିବ। ସେହିପରି ୧୨୮୯୧ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର ୪ଘ.୨୦ମିରେ ଛାଡି ପୁରୀ ଠାରେ ପୂର୍ବାହ୍ନ ୧୧ଘ.୦୫ମି ରେ ପହଞ୍ଚିବ।

ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନ ମାନଙ୍କଠାରେ ରହଣି କରିବ। ଭୁବନେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।

Leave a Reply

Your email address will not be published. Required fields are marked *

Back to top button