ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବରେ ଅଘଟଣ : ୧୩ ମୃତ, ୬୦୦ ଆହତ

ମୁମ୍ବାଇ : ମହାରାଷ୍ଟ୍ର ଖାରଗରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲକ୍ଷାଧିକ ଲୋକଙ୍କମଧ୍ୟରୁ ଅଂଶୁଘାତରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୬ଶହରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଖବର ଅନୁଯାୟୀ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବରେ ମହାରାଷ୍ଟ୍ର ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟରୁ ଏଠାକୁ ଆସିଥିଲେ ଲକ୍ଷାଧିକ ଲୋକ। କେବଳ ଦୁଇଟି ଟେଣ୍ଟରେ ଭିଆଇପି ଓ ଗଣମାଧ୍ୟମ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଲୋକମାନେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଖରାରେ ବସି ରହିବା ଯୋଗୁ ଘଟଣାସ୍ଥଳରେ କେତେକ ଅଚେତ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ମହିଳା ଥିବା ଜଣାପଡ଼ିଛି।

ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଯୋଗ ଦେଇଥିଲେ। ଅଂଶୁଘାତର ଶିକାର ହୋଇଥିବା ପୀଡ଼ିତମାନଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭି ମୁମ୍ବାଇ ସ୍ଥିତ ଏମଜିଏମ ହସ୍ପିଟାଲ ଯାଇଥିଲେ। ଏହାଛଡା ସେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button