ବିବାହ କଲେ ବଙ୍ଗଳା ଅଭିନେତା-ଅଭିନେତ୍ରୀ

କୋଲକାତା : ବଙ୍ଗଳା ଅଭିନେତା ସୌରଭ ଦାସ ଓ ଅଭିନେତ୍ରୀ ଦର୍ଶନା ବାନିକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ସୌରଭ ଓ ଦର୍ଶନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ଦୁହିଁଙ୍କ ବିବାହ ବଙ୍ଗଳା ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି।

ଖବର ଅନୁଯାୟୀ ବିବା ଫଟୋରେ ଦର୍ଶନା ଲାଲରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିବା ବେଳେ ସୌରଭ ଧଳାରଙ୍ଗର ସେରୱାନ ପିନ୍ଧିଛନ୍ତି। ଇନଷ୍ଟାଗ୍ରାମରେ ବିବାହ ଫଟୋ ଦେଖି ଫ୍ୟାନ୍ସମାନେ ଯେତିକି ଖୁସି ହୋଇଛନ୍ତି ସେତିକି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ସୌରଭ ଓ ଦର୍ଶନା କାହାକୁ ନଜଣାଇ କରିଥିବା ବିବାହ ଏବେ ଚର୍ଚ୍ଚାରେ ରହିଛି।
ସୂଚନାଯୋଗ୍ୟ ଦର୍ଶନାଙ୍କ ପୂର୍ବରୁ ସୌରଭ ଅନିନ୍ଦିତା ବୋସଙ୍କ ସହିତ ସମ୍ପର୍କରେ ରହିଥିଲେ। ହେଲେ ସମ୍ପର୍କ ବେଶୀଦିନ ତିଷ୍ଠିନଥିଲା। ଫଳରେ ଅନିନ୍ଦିତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ସୌରଭ। ଏହାପରେ ଦର୍ଶନାଙ୍କ ସହିତ ଯୋଡ଼ି ହୋଇଯାଇଥିଲେ।