ସମୀର ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ନେତ୍ରୀ ଜ୍ୟୋତ୍ସ୍ନାରାଣୀ

ଭୁବନେଶ୍ଵର : ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ନାରୀ ନିର୍ଯାତନା ଅଭିଯୋଗ। ବିଜେଡି ନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ ଏନେଇ ଥାନାରେ ଏତଲା ଦେଇଛନ୍ତି।
ଖବର ଅନୁଯାୟୀ ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ ଅଭିଯୋଗ କରିଛନ୍ତି ୨୦୧୭-୧୮ ମସିହାର ଏକ ଚୋରି ମାମଲାରେ ପୋଲିସକୁ ଫୋନ କରିବା ପାଇଁ ବିଧାୟକଙ୍କ ପାଖକୁ ଯାଇଥିଲେ। ବିଧାୟନ ତାଙ୍କୁ ମାଇଣ୍ଡଫ୍ରେସ କରିବାକୁ ଭୁବନେଶ୍ୱର ଡାକିଥିଲେ। ସମୀରଙ୍କ ଏଭଳି ଅଶ୍ଳୀଳ ଇଙ୍ଗିତ ପାଇଁ କିଛିଦିନ ଦଳରୁ ଦୂରେଇ ରହିଥିଲେ। ଏବେ ଦଳର ନିର୍ଦ୍ଦେଶରେ ନିମାପଡ଼ାରେ ପଦଯାତ୍ରା ବେଳେ ବିଧାୟକ ସମୀର ଦାଶଙ୍କ ସମର୍ଥକମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଗାଳିଗୁଲଜ କରିଥିବା ଜ୍ୟୋତ୍ସ୍ନାରାଣୀ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ପ୍ରଥମେ ଗତ ୯ ତାରିଖରେ ଗାଡି ଅଟକାଇ ଗାଳିଗୁଲଜ କଲେ। ଏନେଇ ଗୋପ ଥାନାରେ ଏତଲା ଦେବାରୁ ୧୧ ତାରିଖରେ ଦୀଘାଳ ଠାରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ଆକ୍ରମଣ ଏବଂ ଅସଦାଚରଣ କରିଛନ୍ତି। ଏନେଇ ନିମାପଡା ଥାନାରେ ଏତଲା ହୋଇଛି। କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସପିଙ୍କୁ ଭେଟିଛନ୍ତି ବୋଲି ଜ୍ୟୋତ୍ସ୍ନାରାଣୀ କହିଛନ୍ତି। କିନ୍ତୁ ବିଜେଡି ଅଭିଯୋଗକୁ ଖଣ୍ଡନ କରି ଜ୍ୟୋତ୍ସ୍ନାରାଣୀ ବିଜେପି କର୍ମୀ ବୋଲି କହିଛି। ସୂଚନାଯୋଗ୍ୟ ପୁରୀ ଜିଲ୍ଲା ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କୁ ଆତ୍ମହତ୍ୟା ଆତ୍ମହତ୍ୟା ପାଇଁ ବିଧାୟକ ପ୍ରବର୍ତ୍ତାଇଥିବା ବିରୋଧୀ ଅଭିଯୋଗ କରିଥିଲେ।