ଦୁର୍ଘଟଣାସ୍ଥଳରେ ରେଲୱେ ସେଫ୍ଟି କମିଶନର

ବାଲେଶ୍ଵର : ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ ଆଜି ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟେସନ ସିଗନାଲ ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ ପ୍ରାରମ୍ଭିକ ତଦନ୍ତ ଚାଲିଥିବା କହିଛନ୍ତି। ସେ କହିଛନ୍ତି ସାଉଥ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହା ପରେ କାରଣ ସ୍ପଷ୍ଟ ଜଣାପଡ଼ିବ। ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ କିଛି କହିବା ଠିକ୍ ନୁହେଁ।