ବାତ୍ୟା ‘ବିପର୍ଯ୍ୟୟ’ ପାକିସ୍ତାନରେ ସ୍ଥଳଭାଗ ଛୁଇଁବ !

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର ଦିଗକୁ ଗତିକରି ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଭାରତ, ଓମାନ, ଇରାନ ଓ ପାକିସ୍ତାନ ସମେତ ଆରବ ସାଗର ସଂଲଗ୍ନ ଦେଶଗୁଡ଼ିକ ଉପରେ କୌଣସି ବଡ଼ ପ୍ରଭାବ ସଂପର୍କରେ ବିଭାଗ ଏପର୍ଯ୍ୟନ୍ତ ପୂର୍ବାନୁମାନ କରିନାହିଁ। ତେବେ ଏହା ପାକିସ୍ତାନରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ଏହି ବାତ୍ୟା ଯୋଗୁଁ ଖରାପ ପାଗ ଓ ସମୁଦ୍ର ସ୍ଥିତି ଆଗାମୀ ୩-୪ ଦିନ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫-୧୪୫ କିଲୋମିଟରରୁ ୧୬୦ କିଲୋମିଟରକୁ ବୃଦ୍ଧି ପାଇପାରେ। ସେଥିପାଇଁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି। ଏଥିସହ ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକ ପାଇଁ ଆସନ୍ତା ୫ ଦିନ ପାଇଁ ପବନ ବହିବାର ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button