ପରିବା ବ୍ୟବସାୟ ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର : ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ଵରରେ ପରିବା ବ୍ୟବସାୟ ବନ୍ଦ ଡାକରା ଦେଇଥିବା ପରିବା ବ୍ୟବସାୟୀ ମହାସଂଘ ଆନ୍ଦୋଳନ ସ୍ଥଗିତ ରଖିଛି। ତେଣୁ ରାଜଧାନୀବାସୀଙ୍କୁ ପୂଜା ବଜାରରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ଖବର ଅନୁଯାୟୀ ବୁଧବାର ରାତିରେ ମହାସଂଘର କର୍ମକର୍ତ୍ତାମାନେ ଭୁ‌ବନେଶ୍ଵର ମହାନଗର ନିଗମ ଅଧିକାରୀଙ୍କ ସହିତ ଆଲୋଚନା ପରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। ତେଣୁ ଆନ୍ଦୋଳନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ଡେପୁଟି କମିସନର (ମାର୍କେଟ) ଅଶୋକ କୁମାର ଲେଙ୍କା, ଜେଡଡିସି (ଦକ୍ଷିଣ-ପୂର୍ବ) ରାଜଲକ୍ଷ୍ମୀ ନାୟକ, ଏସିପି ମାନସରଂଜନ ଗଡ଼ନାୟକ, କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରମୁଖଙ୍କ ସହ ମହାସଂଘର ଆଲୋଚନା ହୋଇଥିଲା। ମହାସଂଘ କରିଥିବା ସମସ୍ତ ଦାବି ଲକ୍ଷ୍ମୀ ପୂଜା ପୂର୍ବରୁ ପୂରଣ ହେବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ ଶୀଘ୍ର ବିଏମ୍‌ସି କମିସନର ଏନେଇ ଆଲୋଚନା କରିବେ ଓ ଲିଖିତ ପ୍ରତିଶ୍ରୁତି ଦେବ ବୋଲି ସେ କହିଛନ୍ତି। ବୈଠକରେ ମହାସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ଓଝା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button