ମହଙ୍ଗା ହେଉଛି ସୁନା ଓ ରୁପା

ଭୁବନେଶ୍ଵର : ଇସ୍ରାଏଲ-ହମାସ ଯୁଦ୍ଧ ପରଠାରୁ ସୁନାଦର ଉପର ମୁହାଁ ହୋଇଛି। ୧୪ ଦିନରେ ୪ ହଜାର ଟଙ୍କା ମହଙ୍ଗା ହେଲାଣି। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ ସୁନା ଦର ୬୨ ହଜାର ଟଙ୍କା ଟପିଛି। ରୁପା ଦାମ କିଲୋ ପିଛା ୪ ହଜାର ଟଙ୍କା ବଢ଼ି ହୋଇଛି ୭୪ ହଜାର ଟଙ୍କା।