ଦର୍ଶନ ପାଇଁ ଧବଳେଶ୍ୱରଙ୍କ ମୁଖ୍ୟ କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ

କଟକ : ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବନ୍ଦ ରହିଥିଲା ଦର୍ଶନ। କିନ୍ତୁ ଶନିବାର ଭୋରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ। ବଡ଼ ସିଂହାର ବେଶ ଦର୍ଶନ ପାଇଁ ସେମାନେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶିଥିବା ଜଣାପଡିଛି।

ଖବର ଅନୁଯାୟୀ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ବିବାଦ ସୃଷ୍ଟି ହେବାରୁ ପୂଜକମାନେ ମନ୍ଦିର ମୁଖ୍ୟଦ୍ୱାରରେ ଗତକାଲି ଧାରଣାରେ ବସିବାରୁ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ହେଲେ ଶନିବାର ଭକ୍ତମାନେ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ।

ମହାକାର୍ତ୍ତିକ ମାସର ଆଜି ବଡଓଷା। ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି ହେବ। ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇ ବ୍ରତ ଉଦଯାପନ କରିଥାନ୍ତି। ଏଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯିବା ପରେ ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ ଓ ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button