ଦିପାବଳୀରେ ପରଦାକୁ ଆସିବ ଫିଲ୍ମ ସୂର୍ଯ୍ୟବଂଶୀ

ମୁମ୍ବାଇ : ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ନିର୍ଦ୍ଦେଶକ ରୋହିତ ସେଟ୍ଟି ସୂଚନା ଦେଇଛନ୍ତି ଆସନ୍ତା ଦୀପାବଳି ଅବସରରେ ଫିଲ୍ମ ରିଲିଜ୍‌ ହେବ।

ମହାମାରୀ କରୋନା ମାମଲା ହ୍ରାସ ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଥିଲେ ରାଜ୍ୟରେ ଅକ୍ଟୋବର ୨୨ରୁ ସିନେମାଘର ଖୋଲିବ। ଏହି ମଉକାରେ ରୋହିତ ସେଟ୍ଟି ଦୀପାବଳିରେ ଫିଲ୍ମ ସୂର୍ଯ୍ୟବଂଶୀ ରିଲିଜ୍‌ ହେବବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିବାର ଏକ ଫଟୋ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button