ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ

ରାଉରକେଲା : ବିଶ୍ରାମ ଗୃହରେ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଇଣ୍ଡିଆନ ଅଏଲ ଫିଲିଂ ଷ୍ଟେସନର କର୍ମଚାରୀ ସୁମନ୍ତ ନନ୍ଦ।

ଖବର ଅନୁଯାୟୀ ରାଉରକେଲା ଏୟାର ଷ୍ଟ୍ରିପରେ ଏକ ଠିକା ସଂସ୍ଥା ଅଧୀନରେ ବଗିଚା କାମରେ ନିୟୋଜିତ ଯୁବତୀଙ୍କୁ ଅଭିଯୁକ୍ତ ଗତ ୧୬ ତାରିଖ ଦିନ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷ ଭିତରେ ଏଭିଏସନ ଫିଲିଂ ଷ୍ଟେସନ କର୍ମଚାରୀ ଏପରି କରିଥିବା ଅଭିଯୋଗ ହୋଇଥିଲା। ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜ୍ଜୁ ସହ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିଲା

Leave a Reply

Your email address will not be published.

Back to top button