ଭଗବାନ ବୈରୀଗଞ୍ଜନ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ଦେଖାଇଥିଲେ ଅଭିଯୁକ୍ତ

ଘସିପୁରା : କଟକର କାର୍ ଡ୍ରାଇଭର୍ ଭଗବାନ ବୈରୀଗଞ୍ଜନ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ। ଗୁରୁବାର ସେମାନେ ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ୍ ଦେଖାଇଛନ୍ତି। କିନ୍ତୁ ଯୁବତୀ ଜଣକ ଫେରାର ଥିବା ଜଣାପଡିଛି।

ଖବର ଅନୁଯାୟୀ ପୁରୀ ଜିଲ୍ଲା କଣାସ ଥାନା ଛଟିଯୋଡ଼ିର ଭଗବାନ ୧୯୮୭ ପରଠାରୁ କଟକରେ ଡ୍ରାଇଭର ଭାବେ କାମ କରୁଥିଲେ। ଜୁନ ୨୪ ତାରିଖରେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତୋ ଗ୍ରାମର ଅଭିଶେକ ରାଉତରାୟ ଓରଫ ମଣ୍ଟୁ ଓ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପତ୍ରକଣା ଗ୍ରାମର ଅଭିନାଶ ସ୍ୱାଇଁ ଓରଫ ବୁବୁ ଓ ଫୁଲବାଣୀ ଜିଲ୍ଲା ଦାରିଙ୍ଗବାଡି ଅଂଚଳର ରୁକ୍ମଣି ଦାସ ଓରଫ ପୂଜା ଭଗବାନ ବଇରିଗଞ୍ଜନ ଚଳାଇଥିବା କାରକୁ କଟକରୁ ଯାଜପୁର ରୋଡ ପର୍ଯ୍ୟନ୍ତ ଭଡା କରିଥିଲେ। ଯାଜପୁର ରୋଡରେ ପହଞ୍ଚିବା ପରେ ଭଗବାନ ବୈରିଗଞ୍ଜନ ଓ ତିନିଜଣଙ୍କ ମଧ୍ୟରେ ଟଙ୍କା ପାଇଁ ଯୁକ୍ତିତର୍କ ହୋଇଥିଲା।

ଏହି ଘଟଣା ପରେ ମଣ୍ଟୁ କହିଲା ଆମ ଘର ପାଖକୁ ଗଲେ ଟଙ୍କା ଦେବି। ତେଣୁ ସେମାନେ ଯାଜପୁର ରୋଡରୁ ସିଆପଡା ଛକକୁ ଆସି ଗାଁ ରାସ୍ତାକୁ ଯିବାବେଳେ ବୈରିଗଞ୍ଜନ କହିଥିଲା ମୁଁ ଆଉ ଭିତରକୁ ଜୀବି ନାହିଁ। ମୋତେ ଭଡା ଟଙ୍କା ଏଇଠି ଦେଇଦିଅ। ଏହାପରେ ଦୁଇ ଅଭିଯୁକ୍ତ ଏକ କପଡ଼ାରେ ବୈରିଗଞ୍ଜନର ତଣ୍ଟିଚିପି ହତ୍ୟାକରି ଫିଙ୍ଗି ଦେଇଥିଲେ। ମଣ୍ଟୁ ଓ ବାବୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେନ୍ଦୁଝର ଏସ ପି ନିତିନ କୁସଲକର ଡଗୁଡ଼ୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ବେହେରା ଓ ଘସିପୁରା ଥାନା ଅଧିକାରୀ ବିକ୍ରମ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ମଣ୍ଟୁ ଓ ବୁବୁ ଦୁଇଜଣ ମାଜସୀ ପୁଅ ଭାଇ। ପୂଜା ଓରଫ ରୁକ୍ମଣୀ ଦାସ ଦାବୁର ଗର୍ଲଫ୍ରେଣ୍ଡ।

Leave a Reply

Your email address will not be published. Required fields are marked *

Back to top button