ଏନଡିଏରେ ସାମିଲ ହେଲା ଜେଡିଏସ୍

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ଦଳ ଜେଡିଏସ୍ ଏନଡିଏରେ ସାମିଲ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର କୁମାରସ୍ଵାମୀ ନୂଆଦିଲ୍ଲୀଠାରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ। ଟୁଇଟରେ ନଡ୍ଡା ଲେଖିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କୁ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭେଟିଛନ୍ତି। ଆମେ ତାଙ୍କୁ ଏନଡିଏରେ ହୃଦୟର ସହ ସ୍ୱାଗତ କରୁଛୁ। ଏହା ଏନଡିଏ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୂଆ ଭାରତ, ଶକ୍ତିଶାଳୀ ଭାରତ’ର ସ୍ୱପ୍ନକୁ ଆହୁରି ମଜବୁତ କରିବ।

Leave a Reply

Your email address will not be published. Required fields are marked *

Back to top button