ଏନଡିଏ ସହ ମେଣ୍ଟ କରିବାରୁ ଜେଡିଏସ ଛାଡିଲେ ବରିଷ୍ଠ ନେତା ଶୈଫଉଲ୍ଲା

ନୂଆଦିଲ୍ଲୀ : ନ୍ୟାସନାଲ୍ ଡେମୋକ୍ରାଟିକ ଆଲାଏନ୍ସ ସହିତ ଏଚଡି ଦୈବଗୌଡାଙ୍କ ଜନତା ଦଳ ସେକୁଲାର ସାମିଲ ହୋଇଛି। ସେଥିପାଇଁ ଜେଡିଏସ୍ ଛାଡିଛନ୍ତି ଦଳର ବରିଷ୍ଠ ନେତା ହେଉଛନ୍ତି ସୟଦ ଶୈଫଉଲ୍ଲା। ବିଜେପି ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଖବର ଅନୁଯାୟୀ କର୍ଣ୍ଣାଟକର ଶୈଫଉଲ୍ଲା ଜେଡିଏସର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଆଜି ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମୋ ଏଚଡି ଦୈବଗୌଡାଙ୍କୁ ପଠାଇଛନ୍ତି। ଶୈଫଉଲ୍ଲା କହିଛନ୍ତି ମୁଁ ଗତ ୩୦ ବର୍ଷ ଧରି ଦଳ ସହ ଥିଲି। ଆମ ଦଳର ଧର୍ମନିରପେକ୍ଷ ବୋଲି ନାଁ ଅଛି। ଆମେ ସର୍ବଦା ଦଳର ନୀତି ଉପରେ ପ୍ରଚାର କରିବା ସହିତ ଲୋକଙ୍କ ପାଖରେ ପହଞ୍ଚୁଥିଲୁ। ମୋ ଦଳ ଯଦି ସମ୍ପ୍ରଦାୟ ଓ ଜାତି ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ଦଳ ସହ ହାତ ମିଳାଉଛି ଆମେ ଧର୍ମନିରପେକ୍ଷ ନେତାମାନେ ଏହାକୁ ବିରୋଧ କରୁଛୁ। ସେ କହିଛନ୍ତି ଯେଉଁପରି ଆମ ଦେଶ ଆଗକୁ ବଢୁଛି ସେମିତି ଆଗକୁ ଯିବା ଉଚିତ ନୁହେଁ। ଧର୍ମନିରପେକ୍ଷବାଦୀମାନେ ବିଜେପି ସହ ସହମତ ହେବାକୁ ଚାହୁଁନାହାନ୍ତି। ଯାହା ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଏହି ବିଚାରରେ ନିଜକୁ ଖାପ ଖୁଆଇବା କଷ୍ଟକର। ମୋ ଭଳି ମାନସିକତା ରଖୁଥିବା ଲୋକମାନେ ଏହି ମେଣ୍ଟରେ ରହିପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button