ସେପ୍ଟେମ୍ବର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭା ସ୍ୱତନ୍ତ୍ର ଅଧିବେଶନ ବସିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଉ ଜଣାପଡିଛି କେନ୍ଦ୍ର ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବିଲ୍‌ ଏହି ଅଧିବେଶନରେ ଆଣିବେ।

ଖବର ଅନୁଯାୟୀ ଏହି ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସରକାର ସାର୍ବଜନୀନ କରାଯାଇନି। ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନ ବସିବାର କାର୍ଯ୍ୟକ୍ରମ ନାହିଁ। ତେଣୁ ଅଧିବେଶନ କାଳରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାର ସମ୍ଭବନା ନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେହିପରି କୁହାଯାଇଛି ସରକାର ସମ୍ଭବତଃ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ ଅଧିବେଶନ ଡାକିଛନ୍ତି। କାରଣ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର କହିଥିଲେ ସେଥିପାଇଁ ସମୟ ଲାଗିବ। ତେବେ ବିଲ୍‌ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାଛଡା ଅଧିବେଶର ଏଜେଣ୍ଡାରେ ଅମୃତକାଳର ଉତ୍ସବ ଓ ଭାରତକୁ ଗୋଟିଏ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପ୍ରସ୍ତାବ ମଧ୍ୟ ସାମିଲ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button