ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୦ରୁ କମିବ

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ୩୦ ତାରିଖ ଠାରୁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ। ଏବେ ଦେଶର ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିବାବେଳେ ୯୦୩ ଟଙ୍କାକୁ ହ୍ରାସ ହେବ।

ଖବର ଅନୁଯାୟୀ ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର। ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ସହିତ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପକୃତ କରିବା ଲାଗି ଆମ ସରକାର ସର୍ବଦା ଯଥାସମ୍ଭବ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୂଲ୍ୟ ହ୍ରାସ ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ପରିବାରକୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମଧ୍ୟ ଜାରି ରହିବ। ଫଳରେ ଦିଲ୍ଲୀରେ ଏହାର ମୂଲ୍ୟ ରହିବ ୭୦୩ ଟଙ୍କା

Leave a Reply

Your email address will not be published. Required fields are marked *

Back to top button