ମୋକିମଙ୍କ ବିରୁଦ୍ଧରେ ହାଇକୋର୍ଟରେ ଆଗତ ମାମଲା ଖାରଜ

କଟକ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଆଗତ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଖବର ଅନୁଯାୟୀ ବିଧାୟକ ମୋକିମଙ୍କ ବିରୁଦ୍ଧରେ ଥିବା ପୂର୍ବ ଭିଜିଲାନ୍ସ ମାମଲାର ତ୍ୱରିତ ବିଚାର ପାଇଁ କଟକର ଜଣେ ବୁଦ୍ଧିଜୀବୀ ଡାକ୍ତର ରବିରଞ୍ଜନ ସାହୁ ଆବେଦନ କରିଥିଲେ। ମାମଲାକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଜନସ୍ଵାର୍ଥ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଠିକ୍ ନୁହେଁ। ନିର୍ବାଚନ ସଂକ୍ରାନ୍ତୀୟ ମାମଲାର ସ୍ଵତନ୍ତ୍ର ଖଣ୍ଡପୀଠରେ ବିଚାର କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥ ଏହି ମାମଲାର ଶୁଣାଣି କରିଥିଲେ।

Leave a Reply

Your email address will not be published. Required fields are marked *

Back to top button