ରେଳଧାରଣାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ : ରେଳଧାରଣାରୁ ଆଜି ସନ୍ଧ୍ୟାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ତୃପ୍ତିମୟୀ ସାହୁ ଓ ଯତୀନ ଶଙ୍କର ପାଢ଼ୀ।

ଖବର ଅନୁଯାୟୀ ପୁରୀ ରେଳଷ୍ଟେସନ ନିକଟରେ ଗୁରୁବାର ସନ୍ଧ୍ୟାରେ ରେଳଧାରଣାରେ ଯୁବକ-ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ସମ୍ପର୍କରେ ସେମାନେ ଜିଆରପିକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ପାଖରେ ପଡ଼ିଥିବା ଆଧାରକାର୍ଡ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା। ପୋଲିସ କହିଛି ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ତୃପ୍ତୀମୟୀ ସାହୁ ଓ ଯତୀନ ଶଙ୍କର ପାଢ଼ୀ। ଘଟଣାସ୍ଥଳରୁ ଜବତ ଆଧାରକାର୍ଡ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରରୁ ଏହା ଜଣାପଡିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *

Back to top button