୨୪ରେ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବିବାହ

ନୂଆଦିଲ୍ଲୀ : ଆପ ସାଂସଦ ରାଘବ ଚଢା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ପଡିବ ହାତଗଣ୍ଠି। ରାଜସ୍ଥାନ ଉଦୟପୁରରେ ସେପ୍ଟେମ୍ବର ୨୪ ତାରିଖରେ ହେବ ବାହାଘର।

ଖବର ଅନୁଯାୟୀ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହର ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି। ସଂଗୀତ, ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ହୋଇଛି ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର। ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ହାତଗଣତି ଅତିଥି ଓ ସମ୍ପର୍କୀୟଙ୍କୁ ନେଇ ବାହାଘରର ଆୟୋଜନ କରାଯାଇଛି। ୨୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୂରା ତାଜ ପ୍ୟାଲେସକୁ ବୁକ କରାଯାଇଛି। ସେପ୍ଟେମ୍ବର ୨୪ରେ ବିବାହ ଓ ସେପ୍ଟେମ୍ବର ୩ରେ ଦିଲ୍ଲୀରେ ଭୋଜି। ରାଘବ ବିରୋଧୀ ଇଣ୍ଡିଆ ମେଂଟର ଜଣେ ପ୍ରମୁଖ ନେତା ହୋଇଥିବାରୁ ବିବାହରେ ବହୁ ରାଜନେତା ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ସେହିପରି ପରିଣୀତିଙ୍କ ପାଇଁ ବଲିଉଡର ବହୁ ସେଲିବ୍ରେଟି ଯୋଗଦେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button