୨୦୨୪ରେ ଆମେଥିରୁ ନିର୍ବାଚନ ଲଢ଼ିବେ ରାହୁଲ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଥିରୁ ଲଢ଼ିବେ। ଆଜି ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାୟ ଏହି ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ ଅଜୟ ରାୟ କହିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ୨୦୨୪ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଯେଉଁଠି ଚାହିଁବେ ସେଠାରୁ ନିର୍ବାଚନ ଲଢ଼ିପାରିବେ। ଯଦି ପ୍ରିୟଙ୍କା ଗାନ୍ଧି ବାରାଣସୀରୁ ଲଢ଼ିବାକୁ ଚାହୁଁଛନ୍ତି ସେ କେମିତି ଜିତିବେ ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ। କିନ୍ତୁ ରାହୁଲ ଗାନ୍ଧି ୨୦୨୪ ନିର୍ବାଚନ ଆମେଥିରୁ ନିଶ୍ଚିତ ଲଢ଼ିବେ।
ଅଜୟ ରାୟଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା କହିଥିଲେ ମୁଁ ଭାବୁଛି ପ୍ରିୟଙ୍କା ପ୍ରଥମେ ସଂସଦରେ ପହଞ୍ଚିବା ଉଚିତ। ସେ ଯଦି ଲୋକସଭା ଯାଉଛନ୍ତି ତା’ହେଲେ ଲୋକମାନେ ବହୁଲ ଭଲ ଅନୁଭବ କରିବେ। ଆମେଥି ହେଉ କିମ୍ବା ସୁଲତାନପୁର ଦଳ ଯେଉଁଠି ଚାହିଁବ ତାଙ୍କୁ ପ୍ରାର୍ଥୀ କରିପାରିବ। ସେ ଲୋକସଭା ନିର୍ବାଚନ ଲଢ଼ନ୍ତୁ ବୋଲି ମୁଁ ଚାହୁଁଛି।



























