ଭୋଟ ବଦଳରେ ନୋଟ ରାୟର ପୁନର୍ବିଚାର ହେବ

ନୂଆଦିଲ୍ଲୀ : ଭୋଟ ପାଇଁ ଲାଞ୍ଚ ନେଉଥିବା ସାଂସଦ ଓ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସୁରକ୍ଷା ନେଇ ପୁନର୍ବିଚାର କରାଯିବ। ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ ସୁପ୍ରିମକୋର୍ଟ ୧୯୯୮ରେ ପିଭି ନରସିଂହ ରାଓଙ୍କ ଭୋଟ ବଦଳରେ ନୋଟ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବ। କୋର୍ଟ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରାଜନୀତିର ନୈତିକତା ଉପରେ ପ୍ରଭାବ ପକାଇଥାଏ। ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା କୋର୍ଟ ସ୍ଥିର କରିବେ। ୧୯୯୮ ମସିହାର ରାୟ ସାଂସଦମାନଙ୍କୁ ମାମଲାରୁ ମୁକ୍ତ କରିଥିଲା ବେଳେ ଏବେ ନିଷ୍ପତ୍ତିର ପୁନର୍ବିଚାର କରାଯିବ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦଙ୍କ ଲାଞ୍ଚ ମାମଲାର ରାୟକୁ ଖଣ୍ଡପୀଠ ପୁନର୍ବିଚାର କରିବେ। ୧୯୯୩ରେ ରାଓ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମୟରେ ସାଂସଦମାନେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ପ୍ରଧାନ ବିଚାରପତି କହିଛନ୍ତି ବିଧାନସଭାର ସଦସ୍ୟମାନେ ପରିଣାମର ଭୟ ନ କରି ଗୃହରେ ନିଜର ମତ ପ୍ରକାଶ କରିବାକୁ ସ୍ୱାଧୀନ ହେବା ଉଚିତ୍। ଧାରା ୧୯(୧)(ଏ) ବ୍ୟକ୍ତିଗତ ଭାବରେ ଅଭିବ୍ୟକ୍ତିସ୍ୱାଧୀନତା ଅଧିକାରକୁ ସ୍ୱୀକୃତି ଦେଇଛି।

Leave a Reply

Your email address will not be published. Required fields are marked *

Back to top button