ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର

ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର SO ଶୁଭକାନ୍ତ ସ୍ୱାଇଁ। ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଶୁଭାକନ୍ତଙ୍କ ଦୁଇଟି ଠିକଣାରେ ଚଢ଼ଉ କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ଠିକାଦାର ଲାଇସେନ୍ସ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଶୁଭକାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁସାରେ ଗୁରୁବାର ଅଭିଯୋଗକାରୀ ଶୁଭକାନ୍ତଙ୍କୁ ୮୦୦୦ ଟଙ୍କା ଦେଇଥିଲେ। ଏହି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଯାଞ୍ଚ ସମୟରେ ଶୁଭକାନ୍ତଙ୍କ ଠାରୁ ଆଉ ୫୫୦୦ ଟଙ୍କା ଓ ଅଫିସ ଡ୍ରୟରରୁ ୧୪୯୯୦ ଟଙ୍କା ମିଇଥିବା ଜଣାପଡିଛି।