ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ପୋଲିସ ବାବୁ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସ୍ଆଇ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉଭୟ ଧରାପଡ଼ିଛନ୍ତି।
ଖବର ଅନୁଯାୟୀ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମଦ ବ୍ୟବସାୟୀ ଜଣକ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଦୁଇ ପୋଲିସ ବାବୁଙ୍କୁ ଧରିବା ପାଇଁ ଭିଜିଲାନ୍ସ ପ୍ରସ୍ତୁତ କରିଥିଲା ଯୋଜନା। ସେହି ଅନୁଯାୟୀ ମଦ ବ୍ୟବସାୟୀ ଆଜି ଆଇଆଇସି ଓ ଏଏସ୍ଆଇଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଥିଲା। ପରେ ଭିଜିଲାନ୍ସ ଟିମ୍ କାର୍ଯ୍ୟାଳୟ ଓ ସେମାନଙ୍କର ବାସଭବନରେ ଚଢ଼ଉ କରିଥିବା ଜଣାପଡିଛି।