ଖରାଛୁଟିରେ ଛାତ୍ରଛାତ୍ରୀ କରିବେ ହୋମୱାର୍କ
ଭୁବନେଶ୍ଵର : ଚଳିତବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖରାଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ଛାତ୍ରଛାତ୍ରୀମାନେ ହୋମୱାର୍କ କରିବେ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିଭାବକଙ୍କୁ ପ୍ରଦାନ କରାଯିବ ଡାଏରୀ ପୁସ୍ତିକା।
ଖବର ଅନୁୟାଯୀ ଅଭିଭାବକମାନଙ୍କୁ ଦିଆଯିବାକୁ ଥିବା ଡାଏରୀ ପୁସ୍ତିକାରେ ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ, କେଉଁ ପାଠକୁ ଗୁରୁତ୍ୱ ଦେବେ ଓ ପ୍ରଶ୍ନପତ୍ରକୁ କିଭଳି ଅଭ୍ୟାସ କରିବେ ତାହା ଏଲ୍ଲେଖ ରହିଛି। ସେ ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ମାଧରେ ଆଲୋଚନା ହୋଇଛି। ଏଥର ଅଧିକଦିନ ପାଇଁ ଖରାଛୁଟି ହୋଇଥିବାରୁ ପିଲାଙ୍କ ପାଠପଢା ଉପରେ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି।
ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇରୁ ସୁରକ୍ଷା ଦିଆଯିବ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିପରି ନିଜକୁ ସାଇବର ଠକାମିରୁ ରକ୍ଷାକରିପାରିବେ ସେଥିପ୍ରତି ଅଭିଭାବକଙ୍କୁ ସ୍କୁଲର ଶିକ୍ଷକ ସଚେତନ କରାଇଛନ୍ତି। ସରକାର ଓ କମିଶନରେଟ ପୋଲିସର ମିଳିତ ପ୍ରୟାସରେ ପ୍ରତି ସ୍କୁଲରେ ଏକ ସାଇବର କ୍ଲବ ଗଠନ କରାଯାଇଛି। ଏଥିରେ ରହିବାକୁ ଥିବା ୫ଜଣ ସଦସ୍ୟଙ୍କ ମଧ୍ୟରେ ବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ରହିବେ। ସେମାନଙ୍କୁ ପିଲାଙ୍କୁ ସାଇବର ମିତ୍ରର ବ୍ୟାଜ୍ ଦିଆଯିବ ବୋଲି ଜଣାପଡିଛି।