ପତ୍ନୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ଵାମୀ

କାଶୀନଗର : ପତ୍ନୀକୁ ହତ୍ୟା କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ଵାମୀ। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା କାର୍ଜି। ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉରା କରୁଛି।

ଖବର ଅନୁଯାୟୀ ଆଜି ସକାଳେ ସାରା ଗାଁ’ର ସ୍ୱାମୀ ଚନ୍ଦ୍ରଶେଖର କାର୍ଜି ଓ ସ୍ତ୍ରୀ ଉର୍ମିଳା ବିଲକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରଶେଖର ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରିଥିଲା। ପରେ ମୁଣ୍ଡକୁ ହାଣି ଗଣ୍ଡିରୁ ଅଲଗା କରିଦେଇଥିଲା। ଆଉ ସେଇ ମୁଣ୍ଡକୁ ଆଣି ଘରେ ପହଞ୍ଚିଥିଲା। ଗ୍ରାମବାସୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଚନ୍ଦ୍ରଶେଖରକୁ ଅଟକ ରଖି ହତ୍ୟାକାଣ୍ଡ ବିଷୟରେ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button