ଛାତ୍ରଙ୍କ ସହ ଯୌନ ସଂପର୍କ ରଖି ୬ ଶିକ୍ଷୟିତ୍ରୀ ଗିରଫ

ୱାସିଂଟନ : ଆମେରିକାରେ ନାବାଳକ ଛାତ୍ରଙ୍କ ସହିତ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ୬ ଜଣ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏମାନେ ହେଲେ ଏଲନ ଶେଲ, ହିଦର ହାରେ, ଏମିଲୀ ହ୍ୟାନକକ, କ୍ରିଷ୍ଟେନ ଗାଣ୍ଟ, ଆଲିଆଜ ଖେରାଡମାଣ୍ଡ ଓ ହେନା ମାର୍ଥ ।

ଖବର ଅନୁଯାୟୀ ୩୮ ବର୍ଷିୟା ଏଲନ ଶେଲ କାଲିଫର୍ଣ୍ଣିଆର ଡ୍ୟାନଭିଲର ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ସେଠାରେ ଦୁଇଜଣ ୧୬ ବର୍ଷୀୟ ବାଳକଙ୍କ ସହିତ ସେ ତିନିଥର ଯୌନ ସଂପର୍କ ସ୍ଥାପନ କରିଥିଲେ। ଏହା ଜାଣିବାପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ସେହିପରି ୩୨ ବର୍ଷିୟା ହିଦର ହାରେ ଆମେରିକାର ଆରକେନସାର ଏକ ସ୍କୁଲରେ ଶିକ୍ଷୟିତ୍ରୀ। ସେ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ଓକଲା ହୋମାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ୨୬ ବର୍ଷିୟା ଏମିଲୀ ହ୍ୟାନକକ୍‌ ଗୁରୁବାର ଗିରଫ ହୋଇଛନ୍ତି।ସେ ସ୍କୁଲ ପରିସରରେ ଜଣେ ୧୫ ବର୍ଷର ଛାତ୍ର ସହିତ ଯୌନ ସଂପର୍କ ରଖିଥିଲେ। ୩୬ ବର୍ଷୀୟା କ୍ରିଷ୍ଟେନଗାଣ୍ଟ ଡେ ମୋଇନର ଏକ କ୍ୟାଥୋଲିକ ହାଇସ୍କୁଲରେ ଇଂରାଜୀ ପଢ଼ାଉଥିଲେ। ସେ ସ୍କୁଲର ଜଣେ ନାବାଳକଙ୍କ ସହ ୫ ଥର ଯୌନ ସଂପର୍କ ରଖିଥିବାରୁ ତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି।

ଏମାନଙ୍କ ବ୍ୟତୀତ ୩୩ ବର୍ଷୀୟା ଆଲିଆଜ ଖେରାଡମାଣ୍ଡ ଜେମ୍‌ସ ମେଡିସନ ହାଇସ୍କୁଲର ଜଣେ ନାବାଳକ ଛାତ୍ରଙ୍କ ସହିତ ଅନେକ ମାସ ଧରି ଯୌନ ସଂପର୍କ ରଖିଥିଲେ। ସେହିପରି ନସିଲଭେନିଆର ଏକ ସ୍କୁଲରେ ଜାଭଲିନ କୋଚ୍ ଥିବା ୨୬ ବର୍ଷୀୟା ହେନା ମାର୍ଥ ଜଣେ ୧୭ ବର୍ଷୀୟ ବାଳକଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ଉକ୍ତ ଛାତ୍ରଙ୍କର ସେ କୋଚ୍ ଥିଲେ। ସେ ସ୍କୁଲ୍ ପଡ଼ିଆରେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିବା ଭଳି ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Back to top button