ସମଲିଙ୍ଗୀ ବିବାହକୁ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧ
କରିଛନ୍ତି। ଆଉ କହିଛନ୍ତି ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପା‌ରିବେ ନାହିଁ।

ଖବର ଅନୁଯାୟୀ ରବିବାର ସୁପ୍ରିମ୍‌ କୋର୍ଟରେ ସଦ୍ୟତମ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଅଦାଲତରେ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକ ସାମାଜିକ ଗ୍ରହଣୀୟତା ଉଦ୍ଦେଶ୍ୟରେ ନଗରାଞ୍ଚଳ ଆଭିଜାତ୍ୟ ବର୍ଗର ମତାମତ ପ୍ରତିଫଳନ କରୁଛି। ଏହାକୁ ଆଇନସିଦ୍ଧ କରିବାକୁ ହେଲେ ଗ୍ରାମୀଣ, ଅର୍ଦ୍ଧ-ଗ୍ରାମୀଣ ଓ ନଗରାଞ୍ଚଳ ଜନସାଧାରଣଙ୍କ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଏବଂ ମତାମତ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ସେହିପରି ବିବାହ କ୍ଷେତ୍ରରେ ଥିବା ଧର୍ମ ବିଶ୍ଵାସ, ବ୍ୟକ୍ତିଗତ ରୀତିନୀତି, ତଥା ଅନ୍ୟାନ୍ୟ ଦିଗକୁ ମଧ୍ୟ ବିଚାର କରିବାକୁ ପଡ଼ିବ।

ମଙ୍ଗଳବାର ଠାରୁ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏପ୍ରିଲ୍‌ ୧୮ ତାରିଖ ଦିନ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସିଂହ, ବିଚାରପତି ଏସ୍‌. କେ. କଉଲ୍‌, ଏସ୍. ରବୀନ୍ଦ୍ର ଭଟ୍ଟ, ପି. ଏସ୍. ନରସିଂହ ଓ ହିମା କୋହଲି ପିଟିସନ୍‌ଗୁଡ଼ିକର ଶୁଣାଣି ଆରମ୍ଭ କରିବେ।

Leave a Reply

Your email address will not be published. Required fields are marked *

Back to top button