୧୯ ଓ ୨୦ ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ ବନ୍ଦ ରହିବ। ଇଦ୍ ମିଲାଦ୍ ଓ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ଛୁଟି ଘୋଷଣା ହୋଇଛି।

ଖବର ଅନୁଯାୟୀ ରାଜ୍ୟରେ ଏ ଦୁଇଦିନ ସରକାରୀ ଛୁଟି ଘୋଷଣା ହୋଇ ଥିବାବେଳେ ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କେନ୍ଦ୍ରୀୟ ଆଇନ ୧୮୮୧ର ଧାରା ୨୫ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି। ୧୯ ତାରିଖ ଇଦ୍‌-ମିଲାଦ ଓ ୨୦ ତାରିଖ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ସାର୍ବଜନୀନ ଛୁଟି ଘୋଷଣା ହୋଇଥିବା ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button