୭ ପୋଲିସ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଓ ବଦଳି

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ୭ଜଣ ବରିଷ୍ଠ ପୋଲିସ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଥିବା ଏହି ଅଫିସରଙ୍କର ବଦଳି ହୋଇଛି।

ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓପିଏସ୍ ପ୍ରକାଶ କୁମାର ନାୟକଙ୍କୁ ପଦୋନ୍ନତି ଦିଆଯିବା ପରେ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ଏସପି ଭାବେ ଅବସ୍ଥାପିତ କରାଯାଇ ଡେପୁଟେସନରେ ଭିଜିଲାନ୍ସ ବିଭାଗକୁ ପଠାଯାଇଛି। ସେହିପରି ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ଏଆଇଜି ଭାବେ ବଦଳି ହୋଇଥିବା ବେଳେ ନିମାଇଁ ଚରଣ ସେଠୀ ହୋଇଛନ୍ତି ଭୁବନେଶ୍ୱରସ୍ଥିତ ସାମୁଦ୍ରିକ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଏଆଇଜି। ସେହିପରି ମିହିରି କୁମାର ପଣ୍ଡାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସର ଡିସିପି (କ୍ରାଇମ), ରଞ୍ଜନ କୁମାର ଦାସଙ୍କୁ ଭିଜିଲାନ୍ସ ଏସପି, କିଶୋର ଚନ୍ଦ୍ର ପାଟଶାଣୀଙ୍କୁ ପୋଲିସ କମିଶନରେଟ୍ ମୁଖ୍ୟାଳୟ ଡିସିପି, ଅମରେଶ କୁମାର ପାଣିଗ୍ରାହୀଙ୍କୁ କଟକ କ୍ରାଇମବ୍ରାଂଚ ଏସପି ଭାବେ ବଦଳି ହୋଇଛି। ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ କାର୍ଯ୍ୟ କରୁଥିବା ରଶ୍ମୀକାନ୍ତ ମିଶ୍ରଙ୍କୁ କ୍ରାଇମବ୍ରାଂଚ ଏସପି ଭାବେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *

Back to top button