ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ

ନୂଆଦିଲ୍ଲୀ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ରହିଛି। ପାକିସ୍ତାନ ସରକାରଙ୍କ ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଆମେରିକାର ଏକ ଗଣମାଧ୍ୟମ ସଂସ୍ଥା ଏହା ପ୍ରଘଟ କରିଛି।

ଖବର ଅନୁଯାୟୀ ଇମ୍ରାନ ଖାନ ପୂର୍ବରୁ ଅନେକ ଥର କହିଛନ୍ତି ତାଙ୍କୁ ଗାଦିଚ୍ୟୁତ କରିବାରେ ବିଦେଶୀ ଷଡଯନ୍ତ୍ର ହୋଇଥିଲା। ଦି ଇଂଟରସେପ୍ଟ ଆମେରିକୀୟ ପତ୍ରିକା କହିଛି ଜୋ ବାଇଡେନ ସରକାର ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ୨୦୨୨ରେ ତାଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ରିପୋର୍ଟ ଅନୁସାରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୭ ତାରିଖରେ ଏକ ବୈଠକ ବସିଥିଲା। ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ନିରପେକ୍ଷ ରହିବାକୁ ଉଚିତ ମଣୁଥିବା ଇମ୍ରାନଙ୍କ ସରକାରକୁ ଭାଙ୍ଗିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ମଧ୍ୟ ଇମ୍ରାନ ସରକାର ଉପରେ ଅସନ୍ତୁଷ୍ଠ ଥିଲା।

Leave a Reply

Your email address will not be published. Required fields are marked *

Back to top button