ଅନୱର-ଉଲ୍-ହକ୍ କକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ : ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଅନୱର-ଉଲ-ହକ୍ କକର୍ ମନୋନୀତ ହୋଇଛନ୍ତି। ସେ ୨୦୧୮ରୁ ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ବାଲୁଚିସ୍ତାନ ଆୱାମୀ ପାର୍ଟିର ସଦସ୍ୟ ଅନୱର-ଉଲ-ହକ୍ କକର୍ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବେ।

ଖବର ଅନୁଯାୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି। ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ନ୍ୟାସନାଲ ଆସେମ୍ବଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅନଓ୍ଵାର-ଉଲ-ହକ୍ କକରଙ୍କ ନାମ ସହମତି ହେବାପରେ ଘୋଷଣା କରାଯାଇଛି। ପାକ୍ ପିଏମଓ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ କାକରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଓ ରିୟାଜ୍ ରାଷ୍ଟ୍ରପତି ଆଲଭିଙ୍କୁ ପରାମର୍ଶ ପଠାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜଙ୍କୁ ଭେଟିବା ପରେ ରିଆଜ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button