ସାଂସଦଙ୍କୁ କାଉ ଆକ୍ରମଣ : ଆକ୍ଷେପ କଲେ ବିରୋଧୀ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନକୁ ଆସୁଥିବାବେଳେ ରାଜ୍ୟସଭା ସାଂସଦ ରାଘବ ଚଢା କାଉ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ସଂସଦ ଭବନ ବାହା‌ରେ ରାଘବ ଫୋନରେ କଥା ହୋଇହୋଇ ଆସୁଥିବା ବେଳେ ହଠାତ ଏକ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପି ପକାଇଥିଲା। କାଉ ଆକ୍ରମଣରେ ଭୟଭୀତ ହୋଇ ସେ ମୁଣ୍ଡ ତଳକୁ କରି ଘଟଣାସ୍ଥଳରୁ ଚାଲି ଆସିଥିଲେ। ଅବଶ୍ୟ କାଉ ଆକ୍ରମଣରେ ରାଘବଙ୍କର କୌଣସି କ୍ଷତି ପହଞ୍ଚିନି। କିନ୍ତୁ ଦିଲ୍ଲୀ ବିଜେପି ରାଘବଙ୍କୁ ଆକ୍ଷେପ କରି ଲେଖିଛି ‘ଝୁଟ ବୋଲେ କୋୱା କାଟେ’ କଥା ଶୁଣିଥିଲୁ। ଆଜି ନିଜ ଆଖିରେ ଦେଖିଲୁ ମିଛ କହୁଥିବା ଲୋକଙ୍କୁ କେମିତି କାଉ ଖୁମ୍ପୁଛି।

Leave a Reply

Your email address will not be published. Required fields are marked *

Back to top button