ପ୍ରଧାନମନ୍ତ୍ରୀ ପୁଞ୍ଜିପତିଙ୍କ ପାଇଁ କାମ କରନ୍ତି। : ରାହୁଲ

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପୁଞ୍ଜିପତିଙ୍କ ପାଇଁ କାମ କରନ୍ତି।

ଖବର ଅନୁଯାୟୀ ରାଜସ୍ଥାନର ଚରୁ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଆମେ ଏଠାରେ ଗରିବଙ୍କ ସରକାର ଚଳାଉଛୁ। ଆପଣଙ୍କୁ ସୁରକ୍ଷା ଦେଉଛୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି ଲାଗୁ କରିଛନ୍ତି। ଯାହାଫଳରେ ଦେଶର ଚାଷୀଙ୍କୁ ଟିକସ ଦେବାକୁ ପଡିବ। ସେହିପରି ବିମୁଦ୍ରୀକରଣ କରି ସମସ୍ତ ଛୋଟ ବ୍ୟବସାୟୀଙ୍କୁ ହଟାଇ ଦେଇଛନ୍ତି। କେବଳ ସେତିକି ନୁହେଁ କରୋନା ସମୟରେ ସାରା ଦେଶରେ ଲୋକମାନେ ମରୁଥିବ ବେଳେ ପ୍ରଧାନମନ୍ତ୍ରୀ ଥାଳି ବଜାଇବା ସହିତ ମୋବାଇଲ ଲାଇଟ ଜଳାଉଥିଲେ।

ରାହୁଲ କହିଛନ୍ତି ଆଜି ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ହସୁଛନ୍ତି। ସେ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ଲୋକମାନେ ଏହା ପାଇଛନ୍ତି କି ? ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ହେଉଛି ଆଦାନୀଙ୍କ ଗ୍ୟାରେଣ୍ଟି ଓ କଂଗ୍ରେସ ସରକାରର ଅର୍ଥ ହେଉଛି କୃଷକ ଏବଂ ଶ୍ରମିକଙ୍କ ସରକାର। ଏହାଛଡା ସେ ଲୋକମାନଙ୍କୁ ପଚାରିଥିଲେ ସେମାନେ ଆଦାନୀଙ୍କ ସରକାର ଚାହୁଁଛନ୍ତି ନା କୃଷକ, ଶ୍ରମିକ ଓ ଯୁବକଙ୍କ ସରକାର ଚାହୁଁଛନ୍ତି ? ରାହୁଲ ଗାନ୍ଧୀ ଦାବି କରିଛନ୍ତି ରାଜସ୍ଥାନ ସରକାର ଲୋକଙ୍କ ପାଇଁ ବହୁତ କାମ କରିଛନ୍ତି। ଯଦି ବିଜେପି ସରକାର କ୍ଷମତାକୁ ଆସନ୍ତି ତେବେ ଆମେ ଯାହା କରିଛୁ ତାହାକୁ ସମାପ୍ତ କରିଦେଇ କୋଟିପତିଙ୍କ ପାଇଁ କାମ କରିବେ।

Leave a Reply

Your email address will not be published. Required fields are marked *

Back to top button