ସୁନା ଓ ରୁପା ଦର ବଢ଼ିଲା

ନୂଆଦିଲ୍ଲୀ : ସୋମବାର ସୁନା ଓ ରୁପା ଦର ବଢିଛି। ଦିଲ୍ଲୀର ସରଫା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୯,୧୬୩ ଟଙ୍କା ହୋଇଥିବା ବେଳେ ରୁପା ଏକ କିଲୋ ଦାମ ହୋଇଛି ୬୬୪୮୮ ଟଙ୍କା।
ଖବର ଅନୁଯାୟୀ ଗତ ଶୁକ୍ରବାର ତୁଳନାରେ ସୁନା ଓ ରୁପା ଦର ବୃଦ୍ଧି ହୋଇଛି। ୯୯୯ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମକୁ ୪୯୧୬୩ ଟଙ୍କା ରହିଥିବା ବେଳେ ୯୯୫ ଶୁଦ୍ଧ ସୁନା ଦର ୪୮୯୬୬ଟଙ୍କା, ୯୧୬ ଶୁଦ୍ଧ ସୁନା ୪୫୦୩୩ ଟଙ୍କା, ୭୫୦ ଶୁଦ୍ଧ ସୁନା ୩୬୮୭୨ଟଙ୍କା, ୫୮୫ ଶୁଦ୍ଧତା ସୁନା ୨୮୭୬୦ଟଙ୍କା ରହିଛି। ସେହିପରି ୯୯୯ ଶୁଦ୍ଧ ରୁପା ମୂଲ୍ୟ ରହିଛି ୬୬୪୮୮ ଟଙ୍କା। ୯୯୯ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୧୬୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୯୯୫ ଶୁଦ୍ଧ ସୁନା ଦର ୧୫୯ଟଙ୍କା, ୯୧୬ ଶୁଦ୍ଧ ସୁନା ୧୪୬ଟଙ୍କା, ୭୫୦ ଶୁଦ୍ଧ ସୁନା ୧୨୦ଟଙ୍କା ଓ ୫୮୫ ଶୁଦ୍ଧ ସୁନା ୯୩ଟଙ୍କା ବୃଦ୍ଧି ହୋଇଛି। ସେହିପରି ଏକ କିଲୋ ରୁପାର ମୂଲ୍ୟ ୨୦୩ ଟଙ୍କା ବଢ଼ିଛି।