ଅକ୍ଟୋବର ୨ ସୁଦ୍ଧା ସମସ୍ତ ଜନସେବା ଅନଲାଇନରେ ଉପଲବ୍ଧ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ସମାଧାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ସରକାର ଶାସନର ଗୁଣବତ୍ତାରେ ଏକ ଦୃଷ୍ଟାନ୍ତମୂଳକ ଉନ୍ନତି ଆଣିଛି ଓ ଜନସେବା ବିତରଣକୁ ସହଜ କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଜନସେବା ଅନଲାଇନରେ ଉପଲବ୍ଧ ହେବ ଏବଂ ଏଥିପାଇଁ କୌଣସି ନାଗରିକ ସରକାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ କରିବେ ନାହିଁ । ଏହି ବ୍ୟବସ୍ଥା ଅଗଷ୍ଟ ୧୫ରେ ଲାଗୁ ହେବାକୁ ଥିବା ବେଳେ କୋଭିଡ୍ ଯୋଗୁଁ ବିଳମ୍ବିତ ହୋଇଛି। ତେବେ ଆସନ୍ତା ଅକ୍ଟୋବର ୨ ସୁଦ୍ଧା ସମସ୍ତ ଜନସେବାକୁ ଅନଲାଇନରେ ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଜନସେବା ପାଇଁ ଆଜି ଆରମ୍ଭ ହୋଇଥିବା ଟେକ୍ନୋଲୋଜି ସମାଧାନଗୁଡ଼ିକ ହେଉଛି:
୧. ଭୁବନେଶ୍ୱର ଲ୍ୟାଣ୍ଡ ଇଉଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍,
୨. ଇ-ପ୍ରବେଶ – ପରିଦର୍ଶକ ପାସ୍ ପରିଚାଳନା ବ୍ୟବସ୍ଥା (www.epasscitizen.odisha.gov.in)
୩. ଇ-ଭବନ – ଓଡ଼ିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ (www.bhawan.homeodisha.gov.in)
୪. ଇ-ଅତିଥୀ – ଷ୍ଟେଟ୍ ଗେଷ୍ଟ୍ ହାଉସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍
୫. ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ୨.୦ (www.hrmsodisha.gov.in)
୬. ଏଚଆରଏମଏସ ମୋବାଇଲ୍ ଆପ୍
୭. ମକଦ୍ଦମା ପରିଚାଳନା ବ୍ୟବସ୍ଥା ୨.୦ (www.orissalms.in)
୮. ଅନଲାଇନ୍ ମଡ୍ୟୁଲ୍ (www.central.ortpsa.in)

ମତାମତ ଦିଅନ୍ତୁ ।