ଅଗଷ୍ଟରେ ବଜାରକୁ ଆସିବ କମ ମୂଲ୍ୟ ଯୁକ୍ତ ମେଡ୍ ଇନ୍ ଇଣ୍ଡିଆର ଆଇଫୋନ୍

ନୂଆଦିଲ୍ଲୀ : ଆପଲର ଆଇଫୋନ୍ କିଣିବା ସବୁଲୋକଙ୍କ ପାଇଁ ସ୍ବପ୍ନ ଭଳି ହୋଇଥାଏ । କାରଣ ଏହାର ଦାମ ଖୁବ୍ ଅଧିକ ରହିଥିବାରୁ ଲୋକମାନେ ଏହାକୁ କିଣିପାରନ୍ତି ନାହିଁ । ଅଧିକ ଦାମ ପାଇଁ ଆଇଫୋନ୍ କିଣି ପାରିନଥିବା ଲୋକଙ୍କ ପାଇଁ ଏବେ ଏକ ଖୁସି ଖବର । ତାହା ହେଲା  ଆସନ୍ତା ମାସ ଅର୍ଥାତ ଅଗଷ୍ଟରେ ବଜାରକୁ ଆସିବ ମେଡ ଇନ୍ ଚାଇନା ନୁହେଁ ମେଡ ଇନ୍ ଇଣ୍ଡିଆର ଆଇଫୋନ୍ ।

ସୂଚନା ଅନୁସାରେ ଅଗଷ୍ଟରେ ଫକ୍ସକନର ଭାରତରେ ଥିବା ୟୁନିଟ ଏଠାରେ ଆସେମ୍ବଲ ହୋଇଥିବା ଆଇଫୋନର ବିକ୍ରି କରିବା ଆରମ୍ଭ କରିବ। ଏହା ହେବାଫଳରେ ଆଇଫୋନର ମୂଲ୍ୟରେ ହ୍ରାସ ଘଟିବ। କିଛି ମଞ୍ଜୁରୀ ମିଳିବାକୁ ଏବେ ବାକି ରହିଛି, କିନ୍ତୁ ଭାରତରେ ତିଆରି ହୋଇଥିବା ଆଇଫୋନ୍ ଏକ୍ସଆର ଓ ଏକ୍ସଏସ୍ ଆଗାମୀ ମାସରେ ବଜାରକୁ ଆସିବ। ଆପଲ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଫକ୍ସକନର କହିବା ଅନୁସାରେ ଏଠାରେ କଷ୍ଟମର କିମ୍ବା କୌଣସି ଉତ୍ପାଦ ଉପରେ କୌଣସି ଟିପ୍ପଣୀ କରାଯାଏ ନାହିଁ। ଭାରତରେ ଆସେମ୍ବଲ ହେବା କାରଣରୁ ଆପଲ କମ୍ପାନୀ ଅଧିକ ଟ୍ୟାକ୍ସ ଆଦାୟ କରିବାରେ ରକ୍ଷା ପାଇପାରିବ।

ମତାମତ ଦିଅନ୍ତୁ ।