ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟର ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମରୁ ବସିବ ବୋଲି ଜଣାପଡିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କେବେ ମୌସୁମୀ ଅଧିବେଶନ ଆରମ୍ଭ କରିବେ ଓ ସାମାଜିକ ଦୂରତାକୁ କେଉଁ ଭଳି ପାଳନ କରିବେ ତା’ ଉପରେ ବିଚାର ବିମର୍ଶ କରୁଛନ୍ତି।

ସେପ୍ଟେମ୍ବର ୨୨ ପୂର୍ବରୁ ଯେମିତି ହେଲେ ବି ସଂସଦର ମୌସୁମୀ ଅଧିବେଶନ ବସିବ। କାରଣ ଦୁଇଟି ଅଧିବେଶନ ମଧ୍ୟରେ ସର୍ବାଧିକ ୬ ମାସ ସମୟସୀମା ରହିବ। ବଜେଟ ଅଧିବେଶନ ଏପ୍ରିଲ ୨ରେ ଶେଷ ହେବା କଥା। କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏହାକୁ ମାର୍ଚ୍ଚ ୨୩ରୁ ହିଁ ବନ୍ଦ କରିଦିଆଯାଇଥିଲା। ଏହାର ୬ ମାସ ଅର୍ଥାତ ସେପ୍ଟେମ୍ବର ୨୨ ପୂର୍ବରୁ ଯେମିତି ହେଲେ ବି ମୌସୁମୀ ଅଧିବେଶନ ବସିବ।

ମତାମତ ଦିଅନ୍ତୁ ।