ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜଗୁଡ଼ିକ ଆଗାମୀ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିଭଳି ଶିକ୍ଷାଦାନ କରୁଥିବା ସମସ୍ତ କୋଚିଂ ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ପାଠପଢ଼ା ହେବ ନାହିଁ ।

ନୂତନ ଗାଇଡଲାଇନ ଅନୁସାରେ କ‌ଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନ୍ କଟକଣା ଜାରି ରହିବ। ସେଠାରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ଏହାର ରୂପରେଖ କିପରି ହେବ ତାହା ପରିସ୍ଥିତିକୁ ନଜରରରେ ରଖି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ। ତେବେ ଅଣକଣ୍ଟେନମେଣ୍ଟ ଜୋନରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ଛାଡ଼ି ଅନ୍ୟ ସବୁ ଜାରି ରହିବ। ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ମତାମତ ଦିଅନ୍ତୁ ।