ଅନନ୍ତନାଗରେ ଗ୍ରେନେଡ ଆକ୍ରମଣ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରେନେଡ ଆକ୍ରମଣ ହୋଇଛି। ଏତିରେ ୬ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

ଶନିବାର ସକାଳ ୧୧ଟା ସମୟରେ ଶ୍ରୀନଗରରୁ ୫୫କିଲୋମିଟର ଦୂର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ହେଲେ ଲକ୍ଷ୍ୟ ଚ୍ୟୁତ ହେବାରୁ ଡେପିଟି କମିଶନରଙ୍କ ଅଫିସ ଆଗରେ ଗ୍ରେନେଡଟି ପଡ଼ିଥିଲା।

ମତାମତ ଦିଅନ୍ତୁ ।