ଅଭିନେତ୍ରୀଙ୍କୁ ହଇରାଣ କଲେ ରୋଡ୍ ରୋମିଓ, ପୋଲିସ ଅଭିଯୋଗ ଶୁଣିଲାନି

ଭୁବନେଶ୍ୱର: ରାଜଧାନୀର ରାଜ ରାସ୍ତାରେ ରୋଡ ରୋମିଓଙ୍କ ରାଜ। ମଦ ପିଇ ଲୋକଙ୍କୁ କରୁଛନ୍ତି ହଇରାଣ। ଏହା ନିତିଦିନିଆ ଘଟଣା ବୋଲି କୁହାଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏମାନଙ୍କ ହାବୁଡ଼ରେ ଜଣେ ଓଡ଼ିଆ ଟେଲି ଅଭିନେତ୍ରୀ ପଡ଼ିଯାଇ ହଇରାଣ ହରକତ ହୋଇଛନ୍ତି। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ଅଭିନେତ୍ରୀ ବବି ପରିଡା ଗତକାଲି ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିଲେ। ହଠାତ ଗୋଟିଏ ବାଇକ୍‌ରେ ରୋଡ ରୋମିଓ ବବିଙ୍କ କାର ସାମ୍ନାକୁ ବାଇକ ଆଣିବା ସହିତ ବରମୁଣ୍ଡା ଠାରୁ ନୟାପଲ୍ଲୀ ପର୍ଯ୍ୟନ୍ତ ହଇରାଣ କରିଥିଲେ। କେବଳ ଏତିକି ନୁହେଁ, ମଦ ବୋତଲରେ ନିଆଁ ଲଗାଇ ତାଙ୍କ ଉପରକୁ ଫିଙ୍ଗିବାକୁ ଉଦ୍ୟମ କରିବା ସହିତ ଭୟଭୀତ କରୁଥିଲେ। ଏ ସବୁ ଦୃଶ୍ୟକୁ ସାହାସର ସହ ବବି ନିଜ ମୋବାଇଲରେ ସୁଟିଂ କରିଥିଲେ। ଏନେଇ ବବି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କ କଥା ଶୁଣି ନଥିବା ଅଭିନେତ୍ରୀ ବବି ପରିଡା ଅଭିଯୋଗ ଆଣିଛନ୍ତି।

ମତାମତ ଦିଅନ୍ତୁ ।