ଅମରନାଥ ଯାତ୍ରା ଉପରେ ରୋକ୍, ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣର ବିପଦ ଥିବା ଗୁଇନ୍ଦା ତଥ୍ୟ ମିଳିବା ପରେ ଜମ୍ମୁ-କାଶ୍ମୀର ସରକାର ଅମରନାଥ ଯାତ୍ରୀ ଓ ପର୍ଯ୍ୟଟଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ତୁରନ୍ତ ଫେରି ଯିବାକୁ ଦିଆଯାଇଛି ପରାମର୍ଶ।

ଶୁକ୍ରବାର ସିଆରପିଏଫ, ଜମ୍ମୁ-କାଶ୍ମୀର ପୋଲିସ ଓ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରଯାଇଥିଲା। ଏଥିରେ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲ୍ଲନ କହିଛନ୍ତି ଯେ, ସୁରକ୍ଷାବଳ ଅମରନାଥ ଯାତ୍ରାର ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆତଙ୍କବାଦୀଙ୍କ ଏକ ଆଡ୍ଡାରୁ ଆମେରିକା ସ୍ନାଇପର ରାଇଫଲ ଏମ-୨୪ ଜବତ କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନ ନିର୍ମିତ ବାରୁଦ ସୁଡ଼ଙ୍ଗ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କେବଳ ସେତିକି ନୁହେଁ କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ପାକିସ୍ତାନୀ ସେନା କ୍ରମାଗତ ପ୍ରୟାସ କରୁଥିବା ବେଳେ ଅମରନାଥ ଯାତ୍ରା ଉପରେ ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏହାକୁ ସୁରକ୍ଷାବଳ ବିଫଳ କରିଦେଇଛନ୍ତି। କିନ୍ତୁ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦେଖି ଅମରନାଥ ଯାତ୍ରାକୁ ରୋକିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  

ମତାମତ ଦିଅନ୍ତୁ ।