ଅଲ୍‌ ବାଗଦାଦି ଚଢ଼ଉ ସମୟର ଭିଡିଓ ଓ ଫଟୋ ରିଲିଜ୍‌ କଲା ପେଣ୍ଟାଗନ୍‌

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ସ୍ପେସାଲ୍‌ ଫୋର୍ସ ଚଢ଼ଉରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ସଙ୍ଗଠନର ନେତା ଅବୁ ବାକର୍‌ ଅଲ୍‌-ବାଗ୍‌ଦାଦି ନିହତ ସଂକ୍ରାନ୍ତ ଭିଡିଓ ଓ ଫଟୋ ପେଣ୍ଟାଗନ୍‌ ରିଲିଜ୍‌ କରିଛି। ଗତ ସପ୍ତାହରେ ସିରିୟାର ଇଡ୍‌ଲିବ୍‌ ପ୍ରଦେଶରେ ବାଗ୍‌ଦାଦି ନିଜକୁ ବିସ୍ଫୋରକ ବିସ୍ଫୋରଣ କରି ଉଡାଇ ଦେଇଥିଲା। ଆନ୍ତର୍ଜାତିକ ନୀତି ଅନୁସାରେ ତାର ବିଖଣ୍ଡିତ ଶରୀରକୁ ସମୁଦ୍ରରେ ସମାଧି ଦିଆଯାଇଛି।

ପ୍ରତିରକ୍ଷା ବିଭାଗ ରିଲିଜ୍‌ କରିଥିବା ଫଟୋରେ ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନେ ଚାଲି ଚାଲି ବାଗ୍‌ଦାଦି ଆତ୍ମଗୋପନ କରିଥିବା ଉଚ୍ଚ ପାଚେରି ଘେରା ପରିଧିକୁ ଯାଉଥିବା କଳାଧଳା ଫୁଟେଜ୍‌ରେ ଦିଶୁଛି। ତଳେଥିବା କୌଣସି ଏକ ଅଜ୍ଞାତ ଲଢୁଆ ଦଳ ଉପରେ ବିମାନ ଆକ୍ରମଣ ହେଉଥିବାର ଭିଡିଓ ମଧ୍ୟ ପେଣ୍ଟାଗନ୍‌ ରିଲିଜ୍‌ କରିଛି। ସେମାନେ ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନଙ୍କୁ ଆଣିଥିବା ହେଲିକପ୍ଟର୍‌ ଉପରକୁ ଗୁଳି ଚଳାଇଥିଲେ। ନିର୍ଜନ ସ୍ଥାନରେ ଥିବା ସେଇ ଘରର ଆକ୍ରମଣ ପୂର୍ବ ଓ ପରର ଫଟୋ ସହିତ ଚଢ଼ଉ ପରେ ଘର ସମତେ ପରିସରଟିକୁ ଧ୍ୱଂସ କରାଯାଇଥିବା ଫଟୋ ମଧ୍ୟ ରିଲିଜ୍‌ ହୋଇଛି।

ମତାମତ ଦିଅନ୍ତୁ ।