ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗକୁ ଖଣ୍ଡନ

ଭୁବନେଶ୍ୱର : ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗର ଆଜି ଜବାବ ରଖିଛି ବିଜେପି । ବିଜେପିର ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଅଶୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅରୁପାନନ୍ଦ । ଦଳ ତାଙ୍କୁ ଅଣଦେଖା କରିନାହିଁ , ସେ ଦଳରେ ଅଛନ୍ତି ବୋଲି ସେ କହିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ବରଗଡ଼ରେ ବିଜେପି ନେତା ଅଶୋକ ପାଣିଗ୍ରାହ ପ୍ରତିକ୍ରିୟା ରଖି କହିଥିଲେ ମୁଁ ବର୍ତ୍ତମାନ ବିଜେପିରେ ଅଛି, ଦଳ ମୋତେ ଅଣଦେଖା କରୁଛି । ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ଦିଆଯାଇନାହିଁ ।  ଦଳ ମୋତେ ଯେଉଁ ପ୍ରତିଶୃତି ଦେଇଥିଲା, ତାହା ପାଳନ କରିବାକୁ ଅସମର୍ଥ ରହିଲା । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ମୋତେ ଲଢିବାକୁ ସୁଯୋଗ ଦିଆଗଲା ନାହିଁ । ବିଜେଡ଼ି ମୋତେ ସ୍ୱତନ୍ତ୍ର ପରିଚୟ ଦେଇଥିଲା କିନ୍ତୁ ଦଳରେ ଷଡ଼ଯନ୍ତ୍ର ଯୋଗୁଁ ବିଜେଡ଼ି ଛାଡ଼ିଥିଲି ବୋଲି ସେ କହିଥିଲେ । କର୍ମୀ ଓ ନେତାଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

ମତାମତ ଦିଅନ୍ତୁ ।