Breaking Newsରାଜ୍ୟ

ଅସହାୟ ମହିଳାଙ୍କୁ ଥଇଥାନ

ବାରିପଦା: ବିଶୋଇ ବ୍ଲକ ଅନ୍ତର୍ଗତ କଟାସ ଗ୍ରାମର ଅସହାୟ ବୃଦ୍ଧା ଶ୍ରୀମତୀ ପାଲ ତାଙ୍କ ପୁଅଙ୍କ ଦ୍ୱାରା ଉପେକ୍ଷିତ ହୋଇ ଅସହାୟ ଅବସ୍ଥାରେ ରହିଆସୁଥିଲେ । ଏବାବଦରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ବିଜେଡି ମୟୂରଭଞ୍ଜ ସଦର ସଭାପତି କାଶିନାଥ ହେମ୍ବ୍ରମଙ୍କୁ ଅସହାୟ ବୃଦ୍ଧା ଜଣଙ୍କୁ ଜିଲ୍ଲା ପ୍ରସାଶନ ସହିତ ଆଲୋଚନା କରି ତୁରନ୍ତ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଓ ମୟୂରଭଞ୍ଜ ସଦର ବିଜେଡି ସଭାପତି ଶ୍ରୀ ହେମ୍ବ୍ରମଙ୍କ ନେତୃତ୍ୱରେ ସ୍ଥାନୀୟ ସରପଂଚ, ୱାର୍ଡମେମ୍ବର, ବିଶୋଇର ବରିଷ୍ଠ ବିଜେଡି ନେତା ବୁଦ୍ଧିମାନ ମଣ୍ଡଳ, ବିଧାୟକ ପ୍ରାର୍ଥୀ ଅମରସିଂ ଟୁଡୁ, ଧନେଶ୍ୱର ମହାନ୍ତ, ଦୀପକ ମିଶ୍ର, ଖେଲାରାମ ଟୁଡୁ, ଯୁବନେତା ଗଣେଶ ମିଶ୍ର ବାରିପଦା ବୃଦ୍ଧାଶ୍ରମର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପ୍ରସାଶନ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ବୃଦ୍ଧାଶ୍ରମରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

ଏହିଭଳି ପରିବାର ଦ୍ୱାରା ଉପେକ୍ଷିତ ହୋଇ ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ବିଜେଡି କର୍ମମର୍ତ୍ତଙ୍କର ମୁଖ୍ୟ କର୍ତ୍ତବ୍ୟ ବୋଲି ଉପସ୍ଥିତ ନେତୃମଣ୍ଡଳି ପ୍ରକାଶ କରିଥିଲେ । ଏଭଳି ଲୋକଙ୍କ ଖବର ପାଇଲେ ସୂଚନା ପ୍ରଦାନ କରିବାକୁ ଉପସ୍ଥିତ ବିଜେଡି ନେତାମାନେ ଅନୁରୋଧ ଜଣାଇଛନ୍ତି ।

ମତାମତ ଦିଅନ୍ତୁ ।

Back to top button