ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ସ୍ଥିତି ସଙ୍ଗୀନ

କଟକ: କଟକରେ କରୋନା ସ୍ଥିତ ଏବେ ସଙ୍ଗୀନ।  ଦୁଇଟି ପ୍ରମୁଖ ହସ୍ପିଟାଲରେ ୬୬ କରୋନା ପଜିଟିଭ ଚିହ୍ନଟ। ସେଥିରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଓ SCB ହସ୍ପିଟାଲରୁ ୧୧ ଜଣ ଅଛନ୍ତି। ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥିବା ୫୫ଙ୍କ କରୋନା ଆକ୍ରାନ୍ତଙ୍କ ଭିତରେ ଜଣେ ନର୍ସ ଥିବା ବେଳେ ୧୮ ଜଣ ରୋଗୀ ଓ ୩୬ ଜଣ ସମ୍ପର୍କୀୟ ଅଛନ୍ତି। ଏଠାରୁ ୯ ଦିନରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। 

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଜଣେ ରୋଗୀଙ୍କ ରକ୍ତ ଓ ସ୍ୱାବରୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ମେଡିକାର ଅନ୍ୟ ଷ୍ଟାଫ୍‌ଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ହୋଇଥିଲା। ସେଥିରେ ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ମେଡିକାଲ୍‌ରେ କାର୍ଯ୍ୟରତ ସମସ୍ତ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ନର୍ସମାନେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲ।

ମତାମତ ଦିଅନ୍ତୁ ।