ଆଡମିଟ୍‌ କାର୍ଡ଼ ସହ ହେବ ଆଧାର ସଂଯୋଗ

ଭୁବନେଶ୍ୱର : ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ଼ରେ ଆଧାରକାର୍ଡ ସଂଯୋଗ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଚଳାଇଛନ୍ତି। ଆଡମିଟ୍‌ କାର୍ଡ଼ରେ ରୋଲ୍‌ ନମ୍ୱର ଓ ପରୀକ୍ଷାର୍ଥୀଙ୍କ ଫଟୋ ସହ ଆଧାର ନମ୍ୱରକୁ ବାଧ୍ୟତାମୂଳକ କରାଯିବ। ପରୀକ୍ଷା ସମୟରେ ଆଡମିଟ୍‌ କାର୍ଡ଼ରେ ଥିବା ଆଧାର ନମ୍ୱର ମିଳାଇ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ସମଗ୍ର ଦେଶରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଓ ଆଇସିଏସ୍‌ଇ ବୋର୍ଡ଼ ପରୀକ୍ଷାରେ ଆଧାରକାର୍ଡ ସଂଯୋଗ ବ୍ୟବସ୍ଥା ବାଧ୍ୟତାମୂଳକ ରହିଛି। ଓଡିଶାରେ ଏହାକୁ କାର୍ଯ୍ୟକାରୀ କରବା ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।