ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ନୌସେନା

ନୂଆଦିଲ୍ଲୀ : କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ବିଚଳିତ ହୋଇଛି ପାକିସ୍ତାନ। ରାଗ ସୁଝେଇବା ପାଇଁ ଖୋଜୁଛି ସୁଯୋଗ। ନିୟନ୍ତ୍ରଣ ରେଖା ଓ ସମଗ୍ର ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନା ସତର୍କ ରହିଥିବାରୁ ସମୁଦ୍ର ପଥ ଦେଇ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକ ଆତଙ୍କବାଦୀମାନେ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିଛି। ଏହାକୁ ଦୃଷ୍ଟିରେ ରଖି ନୌସେନା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ହେଲେ ଆଜି ନୌସେନା ପକ୍ଷରୁ କୁହାଯାଇଛି ପାକିସ୍ତାନର ଯେକୌଣସି ପ୍ରକାରର ଦୁଃସାହସକୁ ଦୃଢତାର ସହ ଦମନ କରାଯିବ ।

ନୌସେନାର ଉପମୁଖ୍ୟ ଆଡମିରାଲ ମୂରଲିଧର ପାଓ୍ଵାର କହିଛନ୍ତି ସେମାନେ (ଆତଙ୍କବାଦୀ) ସମୁଦ୍ର ପଥରେ ଆସି ଆକ୍ରମଣ କରିବାକୁ ଯୋଜନା କରୁଥିବା ରିପୋର୍ଟ ମିଳିଛି। ସେମାନଙ୍କ ଯେକୌଣସି ପ୍ରକାରର ଦୁଃସାହସକୁ ସଂପୂର୍ଣ୍ଣ ଶକ୍ତି ସହ ମୁକାବିଲା କଲାଯିବ।

ମତାମତ ଦିଅନ୍ତୁ ।