ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଡ୍ରୋନରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ପାକିସ୍ତାନରୁ ଡ୍ରୋନ୍‌ ମାଧ୍ୟମରେ ଭାରତକୁ ଆସୁଛି ଅସ୍ତ୍ରଶସ୍ତ୍ର। ଖଲିସ୍ତାନୀ ସନ୍ତ୍ରାସବାଦୀ ସଙ୍ଗଠନ ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ କରିଛି ଯୋଜନା। ସେପ୍ଟେମ୍ବର ୯ ରୁ ୧୬ ତାରିଖ ମଧ୍ୟରେ ୮୦ କେଜି ଅସ୍ତ୍ରଶସ୍ତ୍ର ବହନ କରିଥିବା ଅନ୍ୟୂନ ଆଠଟି ଡ୍ରୋନ୍‌ ଏହି ସଂଗଠନ ପଞ୍ଜାବକୁ ପ୍ରେରଣ କରିଥିବା ନିରାପତ୍ତା ଏଜେନ୍‌ସି ଓ ପଞ୍ଜାବ ପୋଲିସ ସୂତ୍ରରୁ ଜଣାପଡିଛି। ନିରାପତ୍ତା ଏଜେନ୍‌ସି କହିଛି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ ଏସବୁ କରାଯାଉଛି। ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ନେଟ୍‌ଓ୍ଵାର୍କ ଯୋଗେ ଏହି ଆଗ୍ନେୟାସ୍ତ୍ର ପାକିସ୍ତାନୀ ଗୁପ୍ତଚର ଏଜେନ୍‌ସି ଆଇଏସ୍‌ଆଇ ସହାୟତାରେ ଜର୍ମାନ ବାଟ ଦେଇ ଲାହୋର୍‌କୁ ଆସିଥିଲା।

ସେପ୍ଟେମ୍ବର ୨୨ ତାରିଖ ଦିନ ତରଣ ଜିଲ୍ଲାରୁ କେତେକ ଆଗ୍ନେୟାସ୍ତ୍ର ଉଦ୍ଧାର ହେବା ପରେ ଏହାର ସପୂର୍ଣ୍ଣ ବିବରଣୀ ଜଣାପଡ଼ିଛି। ମଙ୍ଗଳବାର ଗିରଫ ହୋଇଥିବା ୨୨ ବର୍ଷିୟ ସୁଭଦୀପଙ୍କୁ ମିଶାଇ ଡ୍ରୋନ୍‌ରୁ ଅସ୍ତ୍ରଶସ୍ତ୍ର ଖସା ଯାଇଥିବା ଘଟଣାରେ ଇତି ମଧ୍ୟରେ ପାଞ୍ଚଜଣଙ୍କୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।